ପରିବା ଦୋକାନରୁ ଆସିପାରେ କରୋନା ଭୂତାଣୁ
କରୋନା ଭୂତାଣୁ କେମିତି ନ ବ୍ୟାପିବ ସେ ନେଇ ଆଉ ଏକ ଉଦାହରଣ ଦେଇ ଲୋକଙ୍କୁ ସଚେତନ କଲେ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ପରିବା ଦୋକାନରେ ପରିବା କିଣିଲା ବେଳେ ଅଧିକ ନ ଘାଣ୍ଟି ଦୋକାନୀ ଯାହା ଦେଉଛନ୍ତି ତାକୁ ଆଣନ୍ତୁ । କାରଣ ପରିବା ଘାଣ୍ଟିବା ଦ୍ଵାରା ସଂକ୍ରମଣର ଅଧିକ ଆଶଙ୍କା ଥାଏ । ତେଣୁ ପରିବା ବିକ୍ରେତା ଯାହା ଦେଉଛନ୍ତି ତାକୁ ସମ୍ମାନ ଦେଇ ଘରକୁ ନେଇ ଆସନ୍ତୁ ବୋଲି ଶ୍ରୀ ବାଗଚୀ କହିଛନ୍ତି ।
ଯଦି ଆପଣ ବାଇଗଣରୁ ପୋକ ବାଛୁଛନ୍ତି ତେବେ ପୋକ ବାଛୁ ବାଛୁ ଭୂତାଣୁ ବି ସଂକ୍ରମିତ ହୋଇପାରେ । ତେଣୁ ବାଇଗଣରେ ପୋକ ଥାଉ ପଛେ ଭୂତାଣୁ ନଥାଉ ବୋଲି ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ ।
This is as per the press conference by Subrato Bagchhi yesterday.